ଡାକ୍ତରଖାନାରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ, କାରଣ ଅସ୍ପଷ୍ଟ

You are currently viewing ଡାକ୍ତରଖାନାରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ଔଷଧ ଜଳିଯାଇଛି। ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି।
ଖବର ମୁତାବକ, ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଦେଖୁ ଦେଖୁ ଏହା ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ଭିତରେ ମେଡିସିନ ଏବଂ ସ୍ପିରିଟ ଭଳି ଅନ୍ୟାନ୍ୟ ଔଷଧ ଥିବା ଯୋଗୁଁ ମେଡ଼ିକାଲ କର୍ମଚାରୀ ଏହାକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ବହୁ ମୂଲ୍ୟର ଔଷଧ ନଷ୍ଟ ହୋଇଥିବା ଜଣାପଡ଼ିଛି।

Share

Leave a Reply