ଅସନ୍ତୋଷ ବିଜେଡି କର୍ମୀଙ୍କ ବୈଠକ, ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା

You are currently viewing ଅସନ୍ତୋଷ ବିଜେଡି କର୍ମୀଙ୍କ ବୈଠକ, ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା

ଛେଣ୍ଡିପଦା: ଛେଣ୍ଡିପଦା ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ବନଦୁର୍ଗା ପୀଠରେ ଛେଣ୍ଡିପଦା ପଞ୍ଚାୟତର କିଛି ଅସନ୍ତୋଷ ବିଜେଡି କର୍ମୀଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି। ଏହି ବନ୍ଧୁମିଳନରେ ଅନୁଷ୍ଠିତ ବୈଠକରେ ଆସନ୍ତା ନିର୍ବାଚନରେ ବିଧାୟକ ସୁଶାନ୍ତ ବେହେରାଙ୍କୁ ବଦଳାଇବା ସହିତ ଦଳରୁ ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା ହୋଇଥିଲା।
କିଛି ମୁଷ୍ଟିମେୟ ନେତାଙ୍କ ପ୍ରରୋଚନାରେ ଦଳୀୟ କର୍ମୀଙ୍କୁ ଅଣଦେଖା କରାଯାଉଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ଆସନ୍ତା ନିର୍ବାଚନରେ ବିଧାୟକ ସୁଶାନ୍ତ ବେହେରାଙ୍କୁ ବଦଳାଇ ନୂତନ ପ୍ରାର୍ଥୀ ଦେଲେ ଦଳ ଭିତରେ ଥିବା କନ୍ଦଳର ସମାଧାନ ହେବା ସହିତ ଦଳ ଅଧିକ ମଜଭୁତ ହେବ ଓ ଅଧିକ ସଫଳତା ହାସଲ କରିବ ବୋଲି ଆଲୋଚନା ହୋଇଥିଲା।
ଏଥିସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଚକ୍ରାନ୍ତ କରି ଦଳରୁ ବହିଷ୍କାର କରାଯିବା ପଛରେ ବିଧାୟକଙ୍କ ହାତ ରହିଛି ବୋଲି ଦିଲ୍ଲୀପ ଅଭିଯୋଗ ଆଣିଥିଲେ। ତେଣୁ ତୁରନ୍ତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନକୁ ଦଳକୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ।

Share

Leave a Reply