ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ଜଏରାଟ ଠାରେ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟିର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବର୍ଷା ଅଭାବରୁ କିଶୋରନଗର ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଯାଇଛି। ମରୁଡ଼ି ପରିସ୍ଥିତିର ମୁକାବିଲା ନିମନ୍ତେ ପଦକ୍ଷେପ ନେବା ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟିର ସମ୍ପାଦକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବାରେ ସରକାରୀସ୍ତରରେ ଅବହେଳା ଓ ଉଦାସୀନତାକୁ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ମରୁଡ଼ି ପରିସ୍ଥିତିର ମୁକାବିଲା ଓ ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ଅନନ୍ତ ଚରଣ ପ୍ରଧାନ, ଗୌରଚନ୍ଦ୍ର ସାହୁ, ରମଣୀ ରଂଜନ ପ୍ରଧାନ, ତୀର୍ଥବାସୀ ଭୋଇ, ପୀତାମ୍ବର ପ୍ରଧାନ, ରବିନ୍ଦ୍ର ସାହୁ, ବାବାଜୀ ଚରଣ ପ୍ରଧାନ, ବିଷ୍ଣୁଚରଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ବୈଠକ
- Post published:August 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
