ବିଜୁ ଯୁବ ଜନତା ଦଳ ପକ୍ଷରୁ ୩ ଦିନିଆ ବିଶାଳ ରକ୍ତଦାନ ଶିବିର, ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ବିଜୁ ଯୁବ ଜନତା ଦଳ ପକ୍ଷରୁ ୩ ଦିନିଆ ବିଶାଳ ରକ୍ତଦାନ ଶିବିର, ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ପାଳନ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ୩ ଦିନ ବ୍ୟାପୀ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ୍ ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

ମଙ୍ଗଳବାର ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରର ଶୁଭାରମ୍ଭ କରିଥିଲେ। ୩ୟ ଦିନରେ ଛେଣ୍ଡିପଦା ବ୍ଲକ ଜରପଡ଼ା ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରକ୍ତଦାନ ଶିବିରରେ ୨୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ପ୍ରଥମ ଦିନରେ ଛେଣ୍ଡିପଦା ବ୍ଲକରେ ୬୧୫ ୟୁନିଟ୍ ଓ ଦ୍ଵିତୀୟ ଦିନରେ ବଅଁରପାଳ ବ୍ଲକରେ ୧୮୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ସତ୍ୟବ୍ରତ ଦେହୁରୀ, ଛେଣ୍ଡିପଦା ବ୍ଲକ ସଭାପତି ଆଶିଷ କୁମାର ପ୍ରଧାନ, ବ୍ଲକ କାର୍ଯ୍ୟକାରୀ ସଭାପତି ତଥା ତୁବେ ସରପଞ୍ଚ ଅନିଲ କୁମାର ପ୍ରଧାନ, ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ରଞ୍ଜନ ସାହୁ, ଛେଣ୍ଡିପଦା ବ୍ଲକ ଛାତ୍ର ସଭାପତି ବିଷ୍ଣୁ ଚରଣ ବେହେରା, ବ୍ଲକ ସଭାପତି ଶରତ ଚନ୍ଦ୍ର ଗଡନାୟକ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ଭାନୁପ୍ରିୟା ପ୍ରଧାନ, ବରିଷ୍ଠ ବିଜେଡି ନେତା ନାରାୟଣ ସାହୁ, ପରା ସରପଞ୍ଚ ଲିଲି ସାହୁ, ତୁକୁଡା ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ପରା ସମିତି ସଭ୍ୟ ଭଜହରି ବିଶ୍ୱାଳ, ସମିତି ସଭ୍ୟ ବିନୟ କୁମାର ସାହୁ, ୧୭ ନଂ ଜିଲ୍ଲା ପରିଷଦ ଜୋନର ବିଜେଡି ନେତା ରାକେଶ ପ୍ରଧାନ, ଲମ୍ବୋଦର ସାହୁ, ସଞ୍ଜୀବ ପ୍ରଧାନ, ସୁଶୀଲ ସିଂହ, ବିଭୂତି ପ୍ରଧାନ, ରବୀନ୍ଦ୍ର ନାଥ ସାହୁ, ହେମନ୍ତ ପ୍ରଧାନ, ପ୍ରଦ୍ୟୁମ୍ନ ପ୍ରଧାନ, ବାଲିଆ ପ୍ରଧାନ, ଅନୀଲ ମାଝୀ, ବିଜୟ ମାଝୀ ତଥା ବିଜୁ ଜନତା ଦଳ ଓ ବିଜୁ ଯୁବ – ଛାତ୍ର – ମହିଳା ଜନତା ଦଳର ନେତୃମଣ୍ଡଳୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share

Leave a Reply