ଅନୁଗୁଳ: ଆଜି ମାରୱାଡି ଯୁବ ମଞ୍ଚ ଅନୁଗୁଳ ବିକାଶ ଶାଖା ଓ ସାମାଜିକ ଅନୁଷ୍ଠାନ “ଉତ୍କର୍ଷ ପରିବାର” ଓ “ପ୍ରୀତମ ଫାର୍ମା “ମିଳିତ ଆନୁକୂଲ୍ୟରେ ଜିଲ୍ଲା ଚିକିତ୍ସାଳୟ ରକ୍ତଭଣ୍ଡାରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୧୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିରକୁ ମାରୱାଡି ଯୁବ ମଞ୍ଚ ସଂଯୋଜକ ଆଦିତ୍ୟ ଫୋଗଲା ଓ ସହ ସଂଯୋଜକ ଶ୍ରବଣ ଅଗ୍ରୱାଲ ଉଦଘାଟନ କରିଥିଲେ। ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ ସାହୁ, କୋଷାଧ୍ୟକ୍ଷ ହୋମଦ୍ୟୁତି ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ମେଗା ରକ୍ତଦାନ ଶିବିର ଆୟୋଜିତ, ୧୨୫ ୟୁନିଟ ରକ୍ତ ସଂଗୃହୀତ
