ଅନୁଗୁଳ: ଅନୁଗୁଳ ଜିଲ୍ଲା ପିଙ୍ଗୁଆ ଗ୍ରାମରେ ନିର୍ମାଣ ହୋଇଥିବା ଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ଆଜି ଗ୍ୟାସ ଲିକେଜ ହୋଇଛି। ଏହି ଲିକେଜ ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସୂଚନାଯୋଗ୍ୟ ଯେ ଧାମରାରୁ ବୋକାରୋକୁ ପାଇପ ଯୋଗେ ନାଚୁରାଲ ଗ୍ୟାସ ପ୍ରବାହିତ ହୋଇଥାଏ। ଦୁଇଟି ପାଇପର ସଂଯୋଗ ସ୍ଥଳରୁ ଗ୍ୟାସ ଲିକେଜ ହେଉଥିବା କର୍ତ୍ତୃପକ୍ଷ କହିବା ସହ ଏହା ଦହନଶୀଳ କିମ୍ବା ବିଷାକ୍ତ ନୁହେଁ ବୋଲି ସୂଚନା ଦେବା ସହ କୌଣସି କ୍ଷତିକାରକ ନୁହେଁ ବୋଲି କହିଛନ୍ତି । ଏହି ଘଟଣା ବିଷୟରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଖବର ପାଇ ନାଲକୋ ପୋଲିସ ପହଞ୍ଚି ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର ଦେଇଛନ୍ତି। ବର୍ତ୍ତମାନ ସେହି ରାସ୍ତାରେ ଯାତାୟାତ ବନ୍ଦ ଥିବା ଜଣାଯାଇଛି।











