ଜିଲ୍ଲାରେ ହେବାକୁ ଥିବା ୩୮୫ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଅନୁଗୁଳ ବିଧାୟକ

You are currently viewing ଜିଲ୍ଲାରେ ହେବାକୁ ଥିବା ୩୮୫ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଅନୁଗୁଳ ବିଧାୟକ

ଅନୁଗୁଳ: ବିଧାନସଭାର ଉପ-ବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଧାନସଭା ୫୪ନଂ ସମ୍ମିଳନୀ କକ୍ଷରେ ଅନୁଗୁଳ ଓ ବଅଁରପାଳ ବ୍ଲକ ନିମନ୍ତେ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ୩୮୫ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ଓ ସୁବିଧା ଅସୁବିଧା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିସହ ପାଳଲହଡ଼ା ବ୍ଲକରେ ଜାରି ଥିବା ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା ମଧ୍ୟ ହୋଇଥିଲା।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ପାଳଲହଡ଼ା ମୁକେଶ ପାଳ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ, ଅନୁଗୁଳ ଜିଲ୍ଲାପାଳ, ଡିଏଫଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply