ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫-ଟି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

You are currently viewing ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫-ଟି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଗସ୍ତରେ ଥିବା ୫-ଟି ସଚିବଙ୍କୁ ଜିଲ୍ଲା ସ୍ବେଚ୍ଛାସେବୀଙ୍କ ତରଫରୁ ତିନି ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ ଅନୁଗୁଳ ଜିଲ୍ଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଥିବାରୁ ଏଠାରେ ଅନେକ ବିକାଶ ମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି। ଜିଲ୍ଲାର ବିକାଶ ନିମନ୍ତେ ୩ ଟି ଦାବି ଉପସ୍ଥାପନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା, ପରିବା ଚାଷୀଙ୍କ ପରିବାକୁ ସୁରକ୍ଷିତ ରଖିବା ନିମନ୍ତେ ଶୀତଳ ଭଣ୍ଡାର ନିର୍ମାଣ କରିବା ଏବଂ ଜାତୀୟ ଓ ରାଜ୍ୟ ରାଜପଥର କାର୍ଯ୍ୟ ଖୁବଶୀଘ୍ର ସମାପ୍ତ କରିଯିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆଦି ରହିଛି।
ଦାବିପତ୍ର ପ୍ରଦାନ ବେଳେ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଗୁରୁ ଚରଣ ଗଡ଼ତିଆ, ଆଦ୍ୟଶ୍ଳୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply