ରୋଟାରୀ ପବ୍ଲିକ୍ ସ୍କୁଲ୍ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

0

ଅନୁଗୁଳ: ଚଳିତ ମାସ ତା ୧୦ ଓ ୧୧ ଦୁଇଦିନ ଧରି ରୋଟାରୀ ପବ୍ଲିକ ସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବର ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ରାଜସ୍ବ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଧୁ ଭୂଷଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେ ତାରକା ଦୀପକ କୁମାର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହେବା ପାଇଁ ଦିଗ୍ ଦର୍ଶନ ଦେଇଥିଲେ ଓ ବିଭିନ୍ନ କ୍ଷେତ୍ରରେ ସ୍କୁଲ୍ ପାଇଁ ଗୌରବ ଆଣିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥଲେ।

ସେହି ପରି ଦ୍ଵିତୀୟ ଦିନ ଉଦଯାପନି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜେ ଏନ୍ ୟୁ ର ଅବସରପ୍ରାପ୍ତ ପ୍ରଫେସର ଡ.ଅଜିତ୍ କୁମାର୍ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ଆଇଡଲ ଗାୟିକା ସୋହିନୀ ମିଶ୍ର ଏବଂ ଗୀତିକାର ଲଳିତ ନାରାୟଣ ରଥ ଯୋଗଦେଇ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ଭଲ ମଣିଷ ଟିଏ ହୋଇ ସମାଜରେ ଗୋଟିଏ ସୁନାଗରିକ ଭାବରେ ବଞ୍ଚିବା ପାଇଁ ପ୍ରୟାସ କରିବେ ଏବଂ ସେଥି ପ୍ରତି କିଭଳି ଯତ୍ନବାନ ହେବା ଦରକାର ତା ଉପରେ ଆଲୋକପାତ କରିଥଲେ । ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୪୫ ଟି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯିବା ସହ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗଦେଇଥିଲେ । ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ଦ୍ଵାରା ଅଭିନୀତ ନାଟକ ଟି ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା ଙ୍କ ନିର୍ଦ୍ଦେଶନା ଏବଂ ସତ୍ୟବାନ୍ ବେହେରା ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ନାଟକ ‘ଅନ୍ତଃସ୍ୱର ‘ ବିଶେଷ ଆକର୍ଷଣ ଭାବେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ବିଦ୍ୟାଳୟ ର ଆଲୁମିନି ଆସୋସିଏସନ୍ ର ସଭାପତି ଡ. ସ୍ୱସ୍ତି କିରଣ ଏବଂ ସମ୍ପାଦକ ପ୍ରତ୍ୟୁଷା ଅମାନ୍ତ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବ ଟି ରୋଟାରୀ ପବ୍ଲିକ୍ ସ୍କୁଲ ର ପୂର୍ବତନ ଅଧ୍ୟକ୍ଷ ନିଖିଲ ରଞ୍ଜନ ମିଶ୍ର, ରୋଟାରି ପବ୍ଲିକ୍ ସ୍କୁଲ୍ ର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରି କଳ୍ପଲତା ଦାଶ ଓ ସମସ୍ତ ଶିକ୍ଷକ ଶିକ୍ଷୟୀତ୍ରି ମାନଙ୍କର ଅକ୍ଲାନ୍ତ ପରିଶ୍ରମ ରେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.

error: Content is protected !!