‘ଦକ୍ଷତା ବିକାଶ ଦିବସ’ ପାଳିଲା ଉତ୍କର୍ଷ ପରିବାର: ଦକ୍ଷତା ବଢ଼ାଇବାର ସୂତ୍ର କହିଲେ ଅତିଥିବୃନ୍ଦ

You are currently viewing ‘ଦକ୍ଷତା ବିକାଶ ଦିବସ’ ପାଳିଲା ଉତ୍କର୍ଷ ପରିବାର: ଦକ୍ଷତା ବଢ଼ାଇବାର ସୂତ୍ର କହିଲେ ଅତିଥିବୃନ୍ଦ

ଅନୁଗୁଳ: ଅନୁଗୁଳ କଳାକାର ଭବନ ପ୍ରାଙ୍ଗଣରେ ଥିବା ଲାଇଟ ହାଉସରେ ‘ଦକ୍ଷତା ବିକାଶ ଦିବସ’ ପାଳିତ ହୋଇଛି। ଅନୁଗୁଳସ୍ଥିତ ନେହରୁ ଯୁବ କେନ୍ଦ୍ର, ଉତ୍କର୍ଷ ପରିବାର ଓ ଲାଇଟ ହାଉସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟି ଚେୟାରମ୍ୟାନ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିନ୍ଦଲ ଷ୍ଟିଲ ଏବଂ ପାୱାର ର ଜି.ଏମ୍ (ଏଚ. ଆର ଏବଂ ଇ.ଏସ), ଆଶୁତୋଷ ମିଶ୍ର ଡି.ଜି.ଏମ(ସି. ଏସ.ଆର), ବନବାସ ଆଚାର୍ଯ୍ୟ, ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଚୌଧୁରୀ ଓ ସମାଜସେବୀ ଚିନ୍ମୟୀ ଦାସ ପ୍ରମୁଖ ଯୋଗ ଦେଇ ଜଣେ କିପରି ଦକ୍ଷ ହେବ, ରୋଜଗାରକ୍ଷମ ହେବା ପାଇଁ ଦକ୍ଷତାର ଆବଶ୍ୟକ କେତେ ଓ କେଉଁ ମାଧ୍ୟମରେ ଜଣେ ଦକ୍ଷତା ବିକାଶ କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ। “ଉତ୍କର୍ଷ ପରିବାର” ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଭୀଷ୍ମ ସାହୁ ଅତିଥି ପରିଚୟ ସହିତ ସଭା ପରିଚାଳନା କରିଥିଲେ। ସମ୍ପାଦକ ହୋମଦ୍ୟୁତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜେଶ କୁମାର ସ୍ୱାଇଁ, ବିଶ୍ୱଜିତ ସାହୁ, ବିସ୍ମିତା ସାହୁ, କଲ୍ୟାଣୀ ଦାସ, ଜ୍ୟୋତି ବେହେରା, ଇତିଶ୍ରୀ ସାହୁ, ଲିଙ୍କନ ମହାପାତ୍ର, ଲିଟନ ସାହୁ, ଲୋହିତ ନାରାୟଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply