ବିଜେପିର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ପତ୍ର ଉନ୍ମୋଚିତ: ମୋଦି ସରକାରଙ୍କ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ

You are currently viewing ବିଜେପିର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ପତ୍ର ଉନ୍ମୋଚିତ: ମୋଦି ସରକାରଙ୍କ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର ଯୋଗଦେଇ ଅନୁଗୁଳ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଓ କଲ୍ୟାଣକାରୀ ଯୋଜନା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟର ଏକ ପ୍ରଚାର ପତ୍ର ଉନ୍ମୋଚନ କରିଥିଲେ।

ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ୧୩୦୦୦ କୋଟି, ଥର୍ମାଲ ପ୍ଲାଣ୍ଟ ପାଇଁ ୧୦୦୦୦କୋଟି, କଟକ ସମ୍ବଲପୁର ଜାତୀୟ ରାଜପଥ,ତାଳଚେର ଡୁବୁରୀ ଜାତୀୟ ରାଜପଥ, ଅନୁଗୁଳ ସୁକିନ୍ଦା ନୂତନ ରେଳ ଲାଇନ, ତାଳଚେର ବିମଳାଗଡ଼ ନୂଆଁ ରେଳ ଲାଇନ ପାଇଁ ପ୍ରଚୁର ଅର୍ଥ ଏଭଳି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ମୋଦି ସରକାରଙ୍କ ଗ୍ୟାରେଣ୍ଟି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply