ଆଜି ଅନୁଗୁଳରୁ କଟକ-ଭୁବନେଶ୍ବରକୁ ଗଡିବନି ବସ୍

0

ଅନୁଗୁଳ: ଆଜି ଅନୁଗୁଳ-କଟକ ରୁଟ୍‌ରେ ୧୨ ଘଣ୍ଟିଆ ବସ୍‌ ଧର୍ମଘଟ। ୫୫ ନମ୍ବର ଜାତୀୟ ରାଜପଥର ସମସ୍ୟାକୁ ନେଇ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ଫଳରେ ସେହି ରୁଟରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବସ୍‌ ଚଳାଚଳ ବନ୍ଦ ରହିବ । ଏହା ସହ ଆସନ୍ତା ୨୪ରୁ ବସ୍‌ରେ କଳାପତକା ଲଗାଇ ପ୍ରତିବାଦ କରାଯିବ । ସଂଘ ଦାବି କରିଛି ଯେ ଦୀର୍ଘ ଦିନ ହେବ ୫୫ନଂ ଜାତୀୟ ରାଜପଥରେ ବସ ଚଳାଚଳ କରିବା ଦୁର୍ବିସହ ହୋଇପଡ଼ିଛି । ଖରାପ ରାସ୍ତାରେ ବସ ଚଳାଇ ମାଲିକମାନେ ହଜାର ହଜାର ଟଙ୍କା କ୍ଷତି ସହୁଛନ୍ତି । ଏନେଇ ଗତ ୧୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ବୈଠକ ବସିଥିଲା। ଏଥିରେ ଖୁବ୍‌ ଶୀଘ୍ର ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ଆଗେଇ ପାରିନି । ଫଳରେ ବସ୍‌ ମାଲିକ ସଂଘ ଗୁରୁବାର ଉକ୍ତ ରୁଟ୍‌ରେ ବସ୍‌ ଚଳାଚଳକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧ ତାରିଖରୁ ଉକ୍ତ ରୁଟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି ।

online coaching

Leave A Reply

Your email address will not be published.