ଡାଏଟରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ, ଚାପମୁକ୍ତ ରହିବା ଉପାୟ କହିଲେ ବିଶେଷଜ୍ଞ

You are currently viewing ଡାଏଟରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ, ଚାପମୁକ୍ତ ରହିବା ଉପାୟ କହିଲେ ବିଶେଷଜ୍ଞ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପରିସରରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ଲିନିକାଲ୍ ସାଇକୋଲୋଜିଷ୍ଟ ୟୁରେକା ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେ ନିଜ ଅଭିଭାଷଣରେ ମାନସିକ ଚାପର ସୃଷ୍ଟି, ପ୍ରଭାବ, ପରିଚାଳନା କୌଶଳ ନେଇ ସୂଚନା ଦେଇଥିଲେ।
​ଶିବିରରେ ୬୦ ଜଣ ଶିକ୍ଷକଙ୍କ ସମେତ ଡାଏଟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ର ଉପସ୍ଥିତ ଥିଲେ।

Share

Leave a Reply