ରାଜ୍ୟରେ କ୍ଷୀର ଉତ୍ପାଦନ ବଢୁଛି, ଜିଲ୍ଲାରେ ଖସୁଛି

You are currently viewing ରାଜ୍ୟରେ କ୍ଷୀର ଉତ୍ପାଦନ ବଢୁଛି, ଜିଲ୍ଲାରେ ଖସୁଛି

ଅନୁଗୁଳ: ପ୍ରାଣୀ ସମ୍ପଦକୁ ରାଜ୍ୟ ସମୃଦ୍ଧିର ଅନ୍ୟତମ କାରକ ଭାବେ ବିବେଚନା କରାଯାଏ ବିଶେଷ କରି ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ବଢ଼ାଇବାରେ ଅନେକାଂଶରେ
ସହାୟତା କରିଥାଏ।

ଏକ ରିପୋର୍ଟ ଅନୁସାରେ ୨୦୦୯-୧୦ ରୁ ଓଡ଼ିଶାରେ କ୍ଷୀର ଉତ୍ପାଦନ ବଢୁଛି କିନ୍ତୁ ରାଜ୍ୟର ୧୩ଟି ଜିଲ୍ଲାରେ ଏବେ ବି କ୍ଷୀର ଉତ୍ପାଦନ ବେଶ ନୈରାଶ୍ୟଜନକ ରହିଛି। ଏହି ସବୁ ଜିଲ୍ଲା ମାନଙ୍କରେ କ୍ଷୀର ଉତ୍ପାଦନ ବଢିବା ଯାଗାରେ ଖସିବାରେ ଲାଗିଛି। ୨୦୨୩-୨୪ ରେ ଉତ୍ତର ପ୍ରଦେଶରେ ସର୍ବାଧିକ ୩୮୭୮୦ ଟିଏମଟି କ୍ଷୀର ଉତ୍ପାଦନ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ୨୬୩୬ ଟିଏମଟି କ୍ଷୀର ଉତ୍ପାଦନ ହୋଇଥିଲା। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ରାଜସ୍ଥାନରେ ୩୪୭୩୩, ମଧ୍ୟ ପ୍ରଦେଶରେ ୨୧୩୨୬, ଗୁଜୁରାଟରେ ୧୮୩୧୨,
ଏବଂ ମହାରାଷ୍ଟ୍ରରେ ୧୬୦୪୫ ଟିଏମଟି କ୍ଷୀର ଉତ୍ପାଦିତ ହୋଇଛି।
ଓଡ଼ିଶାରେ ୨୦୨୨-୨୩ ଠାରୁ ୨୯୨୩-୨୪ ରେ ୧୫୯.୫୮ ଟିଏମଟି କ୍ଷୀର ଉତ୍ପାଦିତ ହୋଇଥିଲା। ଅନୁଗୁଳ ଜିଲ୍ଲା ସମେତ ବାଲେଶ୍ଵର, ଭଦ୍ରକ, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, କେଉଁଝର ଆଦି ଜିଲ୍ଲାରେ କ୍ଷୀର ଉତ୍ପାଦନ ଆଦୌ ଉତ୍ସାହଜନକ ନୁହଁ। ଦେଶୀ ଗାଈ ପାଳନ, ବ୍ୟାଙ୍କ ପକ୍ଷରୁ ଋଣ ଦେବାରେ ପ୍ରୋତ୍ସାହନର ଅଭାବ ଏବଂ ବିଭାଗୀୟ ଅଧିକାରୀ ମାନଙ୍କବଅବହେଳା କାରଣରୁ ଅନୁଗୁଳ ଜିଲ୍ଲାରେ କ୍ଷୀର ଉତ୍ପାଦନ ହ୍ରାସ ପାଉଥିବା କୁହାଯାଉଛି। ଜିଲ୍ଲାରେ ସବୁଆଡେ ପାଉଡର କ୍ଷୀର, ଛେନାର ବ୍ୟବହାର ଚାଲିଛି। ମିଠା ଦୋକାନୀ ଜିଲ୍ଲା ବାହାରୁ ଛେନା, ଖୁଆ ଆଣି ବେପାର କରୁଛନ୍ତି।

ତେବେ ନୂଆ ସରକାର ଅମଳରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଲେ ଜିଲ୍ଲାରେ କ୍ଷୀର ଉତ୍ପାଦନ ନିଶ୍ଚିତ ଭାବେ ବଢିବାର ଆଶା ରହିଛି।

Share

Leave a Reply