ଅନୁଗୁଳ: ଅନୁଗୁଳ ଜିଲ୍ଲାର ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ଆମ୍ବୁସ ମ୍ୟାନ୍ ବିଭୁତି ଭୂଷଣ ପଟ୍ଟନାୟକଙ୍କୁ ଅତିରିକ୍ତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ଏୱାଇ)ର ଦାୟିତ୍ବ ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗର ତରଫରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଜିଲ୍ଲାର ଜନସାଧାରଣ ଏବେ ଉଭୟ ମନରେଗା ଓ ପିଏମ୍ଏୱାଇ ଯୋଜନାରେ ହେଉଥିବା ଅନିୟମିତତା ଓ ବିଭିନ୍ନ ବିବାଦର ସମାଧାନ ପାଇଁ ଶ୍ରୀ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିପାରିବେ।