“ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ପାଇଁ ମିନି ମାରାଥନ, ଯୋଗ ଦେଲେ ଶତାଧିକ ପ୍ରତିଯୋଗୀ

You are currently viewing “ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ପାଇଁ ମିନି ମାରାଥନ, ଯୋଗ ଦେଲେ ଶତାଧିକ ପ୍ରତିଯୋଗୀ

ଅନୁଗୁଳ: ଦୈନିକ ଖବର କାଗଜ “ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ଅବସରରେ “ସକାଳ” ଏବଂ “ନନ୍ଦିଘୋଷ ଟିଭି” ପକ୍ଷରୁ ଅନୁଗୁଳ ଠାରେ ରବିବାର ଅନୁଷ୍ଠିତ ହୋଇଛି ମିନି ମାରାଥନ। ଅନୁଗୁଳ ଏବଂ ଢେଙ୍କାନାଳ ସଂସ୍କରଣର ମୁଖ୍ୟ ସଂଗ୍ରାମ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗଣଦୌଡରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ମୁଖ୍ୟବକ୍ତା ଭାବେ ସରକାରୀ ଓକିଲ ପରମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ୍ ଅନୁଗୁଳର ସଭାପତି ତ୍ରୈଲୋକ୍ୟ ଦେହୁରୀ ଏବଂ ଲାୟନ୍ସ କ୍ଲବ୍ ଅନୁଗୁଳ ରୟାଲ ସମ୍ପାଦକ ବିରଜା ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ଏହି ମିନି ମାରାଥନ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ବିଇଡ଼ି କଲେଜ ଛକ, ସର୍କିଟ ହାଉସ ଛକ, ପୁରୁଣା ବସଷ୍ଟାଣ୍ଡ, ରାଜା ଛକ, ବଜାର ଛକ ଦେଇ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲା। ତା’ ପରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

Share

Leave a Reply