ପୁଲୱାମା ସହିଦଙ୍କ ସ୍ମୃତିରେ ରକ୍ତଦାନ ଶିବିର: ୫୩ ୟୁନିଟ୍ ରକ୍ତ ସଂଗୃହୀତ

0

ଅନୁଗୁଳ: ଆଜି ଅନୁଗୁଳ ମ୍ୟୁନିସିପାଲିଟି ଅନ୍ତର୍ଗତ ହେମସୁରପଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ପାଠାଗାର ଠାରେ ପୁଲୱାମା ଆକ୍ରମଣ ପାଇଁ କଳା ଦିବସ ଓ ଲକ୍ଷ୍ମୀନାରାୟଣ ପୂଜା କମିଟିର ସଦସ୍ୟ ସ୍ବର୍ଗତ ଅଭିଜିତ ପଟ୍ଟନାୟକଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ – ପରିବାର ଓ ଲକ୍ଷ୍ମୀନାରାୟଣ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ମୁଖ୍ୟ ଅତିଥିଭାବେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସାମିଲ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ପୂଜା କମିଟିର ସଭାପତି ବୀରେନ୍ଦ୍ର ନାୟକ, ସମ୍ପାଦକ ଅନୀଲ କୁମାର ଲେଙ୍କା, ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, କମିଟିର ଉପଦେଷ୍ଟା ମନୋଜ କୁମାର ସାହୁ ଓ ଯୁବ ନେତା ତୁଷାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!