ଅନୁଗୁଳ:ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ରବିବାର ଏକ ଚୋରା କୋଇଲା ବୋଝେଇ ମିନି ଟ୍ରକସହ ଚାଳକଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ନଶା ଶିଳ୍ପାଞ୍ଚଳ ପୋଲିସ ଗୋଳାଗାଡ଼ିଆ ଜଙ୍ଗଲ ରାସ୍ତାରେ ଚକିଥିଲା। ଏହି ସମୟରେ ଏକ ମିନି ଟ୍ରକ୍(ଓଡି ୧୯ଏନ୍- ୬୭୧୨)ରେ ପ୍ରାୟ ୫ଟନ୍ ଚୋରା କୋଇଲା ବୋଝେଇକରି ଜରପଡ଼ା ଆଡ଼କୁ ଯାଉଥିଲା। ପୋଲିସ ଟ୍ରକକୁ ଅଟକାଇଥିଲା। ତେବେ ପୋଲିସକୁ ଦେଖି ଚାଳକ ସାଗର ସେଠୀ ଓ କ୍ଷୀରୋଦ ସହୁ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ପୋଲିସ କୋଇଲା ବୋଝେଇ ଟ୍ରକକୁ ଜବତକରି ଏକ ମାମଲା ରୁଜୁକରି ସୋମବାର ଚାଳକ ଜରପଡ଼ା ଥାନା ଅନ୍ତର୍ଗତ କୁରୁଡ଼ା ପଥୁରିଆ ସାହିର ସାଗର ସେଠୀ(୩୫)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। କ୍ଷୀରୋଦ ସାହୁ ଫେରାର ଅଛନ୍ତି।
ଚୋରା କୋଇଲା ବୋଝେଇ ମିନି ଟ୍ରକ୍ ଜବତ, ଚାଳକ ଗିରଫ
- Post published:April 17, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul