ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

You are currently viewing ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

 

ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିମିଳିପଡ଼ା ଏସବିଆଇ ରାସ୍‌ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ରକ୍ତ ଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ, ସାମାଜିକ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୌରପାଳିକା ଉପାଧ୍ୟକ୍ଷ ଅନୁପମା ସାହୁ, ଦୁଃଖବନ୍ଧୁ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply