ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ୪ ବିଧାୟକ

You are currently viewing ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ୪ ବିଧାୟକ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତସ୍ଥିତ ଗୋଣ୍ଡ ସମାଜର ଜଙ୍ଘା ପେନଠାନାରେ ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ୨ ମନ୍ତ୍ରୀ ଓ ୪ ବିଧାୟକ। ସୋମବାର ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ଅନୁଗୁଳର ୪ ବିଧାୟକ ବ୍ରଜକିଶୋର ପ୍ରଧାନ, ରଜନୀକାନ୍ତ ସିଂହ, ସୁଶାନ୍ତ କୁମାର ବେହେରା ଓ ମୁକେଶ କୁମାର ପାଲ ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉଭୟ କ୍ୟାବିନେଟ ମନ୍ତ୍ରୀ ଆସି ମନ୍ଦିରର ଉନ୍ନତି କରଣ ଓ ଗୋଣ୍ଡ ସମାଜର ବିକାଶ ନେଇ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ବିଜେଡି ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ସଂଯୁକ୍ତ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ବିଜେଡି ନେତା ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, କିଶୋରନଗର ବ୍ଲକ ଅଧ୍ୟକ୍ଷା ସୈରିନ୍ଦ୍ରି ପଧାନ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, କିଶୋରନଗର ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଅନୁପମା ସାହୁ, ବିଷ୍ଣୁପ୍ରିୟା ପ୍ରଧାନ, ରଶ୍ମିରେଖା ମାହାର, ନିର୍ବାଚିତ ସମସ୍ତ ଏନଏସି କାଉନସିଲର, ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ।

Share

Leave a Reply