ଅନୁଗୁଳ: ଅନୁଗୁଳ ଥାନା ଇଲାକା ଘୁଞ୍ଚାପାଳ ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ନାବାଳିକା ଘର ପାଖରେ ଖେଳୁଥିଲେ। ଏହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁର୍ବ୍ଯବହାର କରିଥିଲେ। ନାବାଳିକାଙ୍କ ମା’ ଏନେଇ ଆଜି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା
- Post published:April 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul