ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁଧବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ୯ ବର୍ଷର ନାବାଳିକାକୁ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ପୋଲିସ ସୂଚନା ମୁତାବକ, ରେଙ୍ଗାଳି ଥାନା ଅଞ୍ଚଳର ଜଣେ ୯ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ୨୦ ବର୍ଷୀୟ ଯୁବକ ଗତ କାଲି ଅପରାହ୍ନରେ ଟେକିନେଇ ଦୁଷ୍କର୍ମ କରିଛନ୍ତି। ଏ ନେଇ ଆଜି ରେଙ୍ଗାଳି ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପାଳଲହଡ଼ା ଏସଡିପିଓ କୈଳାସ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


