ପୁଣି ବାଲ୍ୟ ବିବାହ! ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ନାବାଳିକାଙ୍କୁ ବାହା ହେଉଥିଲା ଯୁବକ, ଉଦ୍ଧାର କଲା ଚାଇଲଡ଼ ଲାଇନ

You are currently viewing ପୁଣି ବାଲ୍ୟ ବିବାହ! ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନ ଦେଇ ନାବାଳିକାଙ୍କୁ ବାହା ହେଉଥିଲା ଯୁବକ, ଉଦ୍ଧାର କଲା ଚାଇଲଡ଼ ଲାଇନ

ଛେଣ୍ତିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କମ୍ପସଲା ପଞ୍ଚାୟତ କଇଁଛପଦା ଗ୍ରାମରେ ବାଲ୍ୟ ବିବାହ ହେଉଥିବା ଖବର ପାଇ ଚାଇଲଡ଼ ଲାଇନ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି। ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଶିଶୁ ମଙ୍ଗଳ କମିଟିରେ ହାଜର କରି ସଖି ସେଣ୍ଟରରେ ରଖାଯାଇଛି।

ସୂଚନା ମୁତାବକ, କଇଁଛପଦାର ମିଟୁ ନାୟକ (୩୦)ଖମାର ଥାନା ଅଞ୍ଚଳର ଶଙ୍ଖମୁର ଗ୍ରାମର ଜଣେ ନାବାଳିକାକୁ ବିବାହ କରିବା ପାଇଁ ଗତ ୧୮ ତାରିଖରୁ ଆଣି ଘରେ ରଖିଥିଲେ। ମିଟୁଙ୍କ ପ୍ରଥମ ସ୍ତ୍ରୀ ସହ ୨ଜଣ ପୁଅ ଅଛନ୍ତି। ପ୍ରଥମ ସ୍ତ୍ରୀଙ୍କ ଛାଡ଼ପତ୍ର କେସ ଏବେ କୋର୍ଟରେ ଚାଲିଛି। କେସ ଚାଲୁଥିବା ବେଳେ ଛାଡ଼ପତ୍ର ଏ ଯାଏଁ ହୋଇନାହିଁ।

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ନାବାଳିକାଙ୍କୁ ବିବାହ ଖବର ପାଇ ଅନୁଗୁଳ ଚାଇଲ୍ଡ ଲାଇନ ଚଢ଼ଉ କରି ଝିଅକୁ ଉଦ୍ଧାର କରିଛି। ଏହି ଚଢ଼ଉରେ ଛେଣ୍ତିପଦା ପୋଲିସ ଓ ସିଡିପିଓ ସହାୟତାରେ ଏସଆଇ ଶୁଭଲକ୍ଷ୍ମୀ ସାହୁ, ଏଏସ୍ଆଇ ଅରୁଣ କୁମାର ବେହେରା, ସିଡିପିଓ ସୁଷମା ସେଠୀ, ଅଙ୍ଗନୱାଡି ସୁପରଭାଇଜର୍ ସୁମତି ପ୍ରଧାନ, ଚାଇଲ୍ଡ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ, ଆଶା କର୍ମୀ, ମିଶନ ଶକ୍ତି ବିଭାଗ ସିଆରପି, ଆସେସ୍ ଟୁ ଜଷ୍ଟିସ୍ କାର୍ଯ୍ୟକର୍ତ୍ତା ଗୋପବନ୍ଧୁ ସାହୁ ସହାୟତା କରିଥିଲେ।

Share

Leave a Reply