ରିଲ୍ସ ବନାଇବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ନାବାଳକ: ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

You are currently viewing ରିଲ୍ସ ବନାଇବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ନାବାଳକ: ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଅନୁଗୋଳ: ସୋସିଆଲ ମିଡିଆ ପାଇଁ ରିଲ୍ସ କରୁଥିବା ବେଳେ ବ୍ରାହ୍ମଣୀ ନଦୀକୁ ଖସିପଡ଼ି ନିଖୋଜ ହୋଇଥିବା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଶୁଭ୍ରାଂଶୁ ପ୍ରଧାନ।

ସୂଚନାଯୋଗ୍ୟ, ଗତକାଲି ଶୁଭ୍ରାଂଶୁ ସାଙ୍ଗମାନଙ୍କ ସହ ନଦୀ ଉପରେ ଥିବା ରେଲୱେ ବ୍ରିଜ୍‌କୁ ରିଲ୍ସ ବନାଇବାକୁ ଯାଇଥିଲେ। ସେହି ସମୟରେ ଅସାବଧାନତାବଶତଃ ସେ ନଦୀ ଗର୍ଭକୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ତାଳଚେର ଓ କଣିହାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨୦ ଘଣ୍ଟାର ସନ୍ଧାନ ପରେ ଘଟଣାସ୍ଥଳଠାରୁ ପ୍ରାୟ ଦେଢ଼ କିଲୋମିଟର ତଳମୁଣ୍ଡରୁ ଶୁଭ୍ରାଂଶୁଙ୍କ ମୃତଦେହ ଠାବ କରାଯାଇଛି।

ସମଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଖବର ପାଇ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Share

Leave a Reply