ମିରାନୀୟା ଫିଲିଂ ଷ୍ଟେସନରୁ ପେଟ୍ରୋଲ ବଦଳରେ ବାହାରୁଚି ପାଣି !!

You are currently viewing ମିରାନୀୟା ଫିଲିଂ ଷ୍ଟେସନରୁ ପେଟ୍ରୋଲ ବଦଳରେ ବାହାରୁଚି ପାଣି !!

ଅନୁଗୁଳ: ଅନୁଗୁଳ ସହର କଳିଙ୍ଗ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା ମିରାନୀୟା ଫିଲିଂ ଷ୍ଟେସନରୁ ପାଣି ମିଶା ପେଟ୍ରୋଲ ବାହାରୁ ଥିବା ନେଉ କିଛି ଗ୍ରାହକ ଏଟିଭି ନିକଟରେ ଅଭିଯୋଗ କରିଛନ୍ତି। ଅନୁଗୁଳ ଟାଉନର ଶିବାଜି ଦାସ, କୁଶାସିଙ୍ଗାର ବଳରାମ ଭୁତିଆ ଏବଂ ବୁଢ଼ୀ ଠାକୁରାଣୀ ମାର୍କେଟ କମ୍ପ୍ଲେକ୍ସ ନିକଟରେ ୱାର୍କ ସପ୍ ଦେଇଥିବା ଡିଜେଲ ମିସ୍ତ୍ରୀ ବାବୁଲି ବେହେରାଙ୍କ ଅଭିଯୋଗ ଅନୁସାରେ ସେମାନେ ଦୁଇ ଦିନ ଭିତରେ ଉକ୍ତ ତେଲ ଟାଙ୍କିରୁ ପେଟ୍ରୋଲ ବାଇକରେ ପକାଇ ଥିବା ବେଳେ କିଛି ସମୟ ପରେ ବାଇକ ଠିକ ଚାଲି ନଥିଲା। ଗ୍ୟାରେଜରେ ଦେଖାଇବା ମାତ୍ରେ ମେକାନିକ୍ ପାଣି ମିଶ୍ରିତ ପେଟ୍ରୋଲ ଗାଡିରୁ ବାହାରିଥିଲା। ଅନ୍ୟ ଜାଗାରୁ ତେଲ ଆଣି ପକାଇବା ପରେ ଗାଡ଼ି ଠିକ୍ ଚାଲିଥିଲା।

ଗ୍ରାହକମାନଙ୍କ ଅଭିଯୋଗ ଅନୁସାରେ ଜିଲ୍ଲା ଯୋଗାଣ ବିଭାଗ ଏହାର ତଦନ୍ତ କରି ସଂପୃକ୍ତ ତେଲ ଟାଙ୍କି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏ ଘଟଣା ସମ୍ପର୍କରେ ଟାଙ୍କି ମାଲିକ ଙ୍କୁ ଗ୍ରାହକ ମାନେ ଯୋଗା ଯୋଗ କରିବାରେ ଆମ ଟାଙ୍କିରେ ଖାଣ୍ଟି ତେଲ ଅଛି ବୋଲି କହି
ପ୍ରତିକ୍ରିୟା ଦେଇଥିଲେ। ପ୍ରକାଶ ଥାଉ କି କିଛି ଦିନ ତଳେ ଅନୁଗୁଳ ପ୍ରଫୁଲ୍ଲ ମିଶ୍ର କମ୍ପ୍ଲେକ୍ସରେ  ରହୁଥିବା ଜଣେ ମହିଳା ତାଙ୍କ ସ୍କୁଟରରେ ଏହି ଟାଙ୍କିରେ ପେଟ୍ରୋଲ ପକାଇଥିଲେ। ସେ ମଧ୍ୟ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

Share

Leave a Reply