ଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

You are currently viewing ଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପାତ୍ରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଲିପନ କୁମାର ବେହେରାଙ୍କ ବିରୋଧରେ ମଦ୍ୟପାନ ଅବସ୍ଥାରେ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହ ଗଛ ମୂଳେ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ଜଣେ ଛାତ୍ରୀଙ୍କ ଇଉନିଫର୍ମ ଟାଣିଥିବା ବେଳେ ଅନ୍ୟଜଣଙ୍କୁ ମାଡ଼ ମାରିଥିଲେ।

ଖବର ପାଇ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପବିତ୍ର ମୋହନ ଦେହୁରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି। ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଓ ନିଲମ୍ବନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇ ପାଠପଢ଼ା କାର୍ଯ୍ୟ ଜାରି ରହିଛି।

Share

Leave a Reply