କଣିହାଁରେ ବୁଲେଟ୍ ଓ ସ୍କୁଟିକ ପୋଡ଼ିଦେଲେ ଦୁର୍ବୃତ୍ତ

You are currently viewing କଣିହାଁରେ ବୁଲେଟ୍ ଓ ସ୍କୁଟିକ ପୋଡ଼ିଦେଲେ ଦୁର୍ବୃତ୍ତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୂର୍ଯ୍ୟମଣି ସାହୁଙ୍କ ଘରର ବିଦ୍ୟୁତ୍ ତାର କାଟି ଦୁର୍ବୃତ୍ତମାନେ ତାଙ୍କର ବୁଲେଟ୍ ଓ ତାଙ୍କ ପତ୍ନୀଙ୍କ ସ୍କୁଟିରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି।

ଏ ନେଇ ଥାନାରେ ଅଭିଯୋଗ ପରେ ଦୁର୍ବୃତ୍ତମାନେ ସୂର୍ଯ୍ୟମଣି ଓ ତାଙ୍କ ପତ୍ନୀ ପାଞ୍ଚାଳୀଙ୍କୁ ହତ୍ୟା ଧମକ ଦେଇଛନ୍ତି। ଶନିବାର ରାତି ପ୍ରାୟ ସାଢ଼େ ୯ ଟା ସମୟରେ ଏହି ଘଟଣା ଘଟିଛି। ରବିବାର ସୂର୍ଯ୍ୟମଣିଙ୍କ ପତ୍ନୀ ପାଞ୍ଚାଳୀ ସାହୁ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହା ଜାଣିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ଜୀବନ ପ୍ରତି ବିପଦ ଥିବାରୁ ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂର୍ଯ୍ୟମଣି ଓ ପାଞ୍ଚାଳୀ ଦାବି କରିଛନ୍ତି। ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି।

Share

Leave a Reply