ସାମାନ୍ୟ କଥାରୁ ତୁମୁଳକାଣ୍ଡ: ପୂର୍ବ ଶତ୍ରୁତାରୁ ରାତି ଅଧିଆ କାର ପୋଡ଼ି ଦେଲେ ଦୁର୍ବୃତ୍ତ

You are currently viewing ସାମାନ୍ୟ କଥାରୁ ତୁମୁଳକାଣ୍ଡ: ପୂର୍ବ ଶତ୍ରୁତାରୁ ରାତି ଅଧିଆ କାର ପୋଡ଼ି ଦେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ତଳମୂଳ ପାଟଣା ତେଲି ସାହିରେ ଏକ କାରକୁ କେହି ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ସାହିର ପୁରନ୍ଦର ସାହୁଙ୍କ ପୁଅ ନରେନ୍ କୁମାର ସାହୁଙ୍କ କାର ପୋଡ଼ି ଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଜୀବନରୁ ମାରିଦେବା ସହ ପେଟ୍ରୋଲ ଢାଳି ଗାଡ଼ି ପୋଡ଼ି ଦେବେ ବୋଲି ଧମକ ଦେଇଥିଲେ। ସେହି ଲୋକମାନେ ଅଗଷ୍ଟ ୨୬ ତାରିଖ ରାତି ପ୍ରାୟ ୧୨ଟା ୪୦ ମିନିଟରେ ଗ୍ୟାରେଜରେ ଥିବା ରେନଲ୍ଟ କୁଇଡ଼ି କାର (OD 33 N 2127) କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି ବୋଲି ନରେନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share

Leave a Reply