ତାଳଚେର : ଚୁକ୍ତି ଅନୁସାରେ ପ୍ରାପ୍ୟ ପ୍ରଦାନ ନ କରି ମନ ଇଚ୍ଛା ଭଡ଼ା ଦେଉଥିବା ନେଇ ଅଭିଯୋଗ କରି କୋଲିୟରି ଥାନାରେ ଏତଲା ଦେଇଛନ୍ତି କିଛି କୋଇଲା ବ୍ୟବସାୟୀ l ସେମାନଙ୍କ ଅଭିଯୋଗ ଅନୁସାରେ, ଜଗନ୍ନାଥ କୋଇଲା ଖଣି ଠାରୁ ଏଡଭିକା ଲୋଜିଷ୍ଟିକ ଆଣ୍ଡ ସର୍ଭିସ୍ ଜରିଆରେ ଜେପିଏଲ୍, ଟମାର, ରାୟଗଡ଼କୁ କୋଇଲା ପରିବହନ ହୋଇଥିଲା। ବ୍ୟବସାୟୀ ମାନଙ୍କ ସହିତ କୋଇଲା ପରିବହନ ପୂର୍ବରୁ ଏଡଭିକା ଲୋଜିଷ୍ଟିକ ଆଣ୍ଡ ସର୍ଭିସ୍ ର ସ୍ବୀକୃତି ପ୍ରାପ୍ତ ବ୍ୟକ୍ତି ଦିଲ୍ଲୀପ ପାଣି ବର୍ଦ୍ଧିତ ହେଇଥିବା ଭଡା ଅନୁସାରେ ୫୦ ଟଙ୍କା ଟନ୍ ପ୍ରତି ଯୁକ୍ତ କରି ୨,୧୯୭ ଟଙ୍କା ଦେବେ ବୋଲି ଚୁକ୍ତିପତ୍ରର ସ୍ବାକ୍ଷର କରି କୋଇଲା ପରିବହନ କରିଥିଲେ। କିନ୍ତୁ ବ୍ୟବସାୟୀଙ୍କୁ ଜୋର୍ ଜବରଦସ୍ତ ୧,୮୦୦ ଟଙ୍କାରେ ହିସାବ କରି ବ୍ୟାଙ୍କ ଖାତାରେ ପେମେଣ୍ଟ କରିଛନ୍ତି। ଚାଲାଣ ପଇସା, ପେମେଣ୍ଟ ପଇସା ଓ ଟିଡିଏସ ପଇସା କହି ଗୋଟିଏ ଚାଲାଣରେ ପ୍ରାୟ ୧,୦୦୦ ଟଙ୍କାରୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ କାଟୁଛନ୍ତି ଓ ପେମେଣ୍ଟର କିଛି ହିସାବ ଦେଉ ନାହାନ୍ତିଉ। ଉକ୍ତ ବ୍ୟବସାୟୀଙ୍କ ଗୋଟିଏ ଚାଲାଣରେ ୧୩,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କା କାଟିଛନ୍ତି। ଏଣୁ ଏଡଭିକା ଲୋଜିଷ୍ଟିକ ଆଣ୍ଡ ସର୍ଭିସର ପେଟିଦାର୍ ଦିଲ୍ଲୀପ ପାଣିଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟବସାୟୀମାନେ ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଏ ସମ୍ପର୍କରେ ଦିଲ୍ଲୀପ ପାଣିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ମୋର ଏଥିରେ କୌଣସି ସମ୍ପୃକ୍ତି ନାହିଁ ଓ ଏହି ଅଭିଯୋଗ ମିଥ୍ୟା ତଥା ଉଦ୍ଦେଶ୍ୟମୂଳକ।











