ଅନୁଗୁଳ: କରୋନ ଯୋଗୁଁ ଗତ ଦୁଇ ଦୀପାବଳିର ମଜା ଲୋକେ ଉଠାଇ ପାରିନଥିବା ବେଳେ ଚଳିତ ଥର ଆଲୋକର ପର୍ବକୁ ମନ ଭରି ଉପଭୋଗ
କରିଛନ୍ତି। ଦୀପାବଳି ଅବସରରେ ଲୋକମାନେ ନିଜ ନିଜ ଘରକୁ ମାଟି ଦୀପ ରଙ୍ଗୋଲିରେ ସଜାଇଥିବା ବେଳେ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ରଙ୍ଗୀନ ଏଲଇଡି ଆଲୁଅରେ ସଜା ଯାଇଥିଲା। ଅନୁଗୁଳ ସହର ବାସୀ ବାଣ, ମିଠା ଓ ସୁନା କିଣି ଧନତେରଶ ଓ ଦୀପାବଳିକୁ ଉପଭୋଗ କରିଥିଲେ। ଚଳିତ ଦୀପାବଳିରେ ସହରରେ ପ୍ରାୟ ୧୫ କୋଟି ଟଙ୍କାର ସୁନା ରୁପା ଅଳଙ୍କାର କାରବାର ହୋଇଥିବା ଜଣାପଡିଛି।
ସେହିଭଳି ବାଣ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଥିବା ବେଳେ ମିଠା ପ୍ରାୟ ୨୦ ଲକ୍ଷvଟଙ୍କାର ବିକ୍ରି ହୋଇଥିଲା। ବାଣ ଫୁଟେଇ ୨୫ ଜଣ ଆହତ ହୋଇ ଅନୁଗୁଳ ଡାକ୍ତରଖାନାକୁ ଆସିଥିବା ବେଳେ ଜଣେ ମହିଳା ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ବାଣ ଫୁଟାରେ ଅଧିକାଂଶ ପିଲା ଓ ଲୋକଙ୍କ ହାତ ଓ ମୁହଁ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।