କଣିହାଁ: ଅନୁଗୁଳ କଣିହା ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ବିଜିଗୋଳ ଗ୍ରାମର ପୁରୁଣା ରାମମନ୍ଦିର ପାର୍ଶ୍ଵ ବ୍ରାହ୍ମଣୀ ନଦୀ କୂଳରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ଏନଟିପିସି ଟାଉନ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ। ମୃତକ ହେଲେ ବିଜିଗୋଳ ଗ୍ରାମର ହରି ପଳେଇ (୩୫)। ଏ ନେଇ ତାଙ୍କ ଭଉଣୀ ରୋହିଣୀ ଦେହୁରୀ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି, ତାଙ୍କ ଭାଇ ହରି ୧୫ ଦିନ ହେବ ନିଖୋଜ ଥିଲେ l ବୁଧବାର ସକାଳୁ ନଦୀରେ ହରିଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ଏନଟିପିସି ଟାଉନ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଥିଲେ। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ ,ମୃତ ଦେହଟି ଅନେକ ଦିନ ହେଲା ପାଣିରେ ପଡି ଦୁର୍ଗନ୍ଧ ହେଉଥିଲା। ଫଳରେ ମୃତ ଦେହ ପଡ଼ିଥିବା ଜଣାପଡିଥିଲା।
ପୋଲିସ ପହଞ୍ଚି ଶବ ଜବତ କରି ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ଆଇଆଇସି ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।