ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାର ଉନ୍ନତି ନେଇ ଆଲୋଚନା କଲେ ବିଧାୟକ

You are currently viewing ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାର ଉନ୍ନତି ନେଇ ଆଲୋଚନା କଲେ ବିଧାୟକ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଆଜି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ବିଷୟ ସମ୍ଵନ୍ଧରେ ଆଲୋଚନା କରିଛନ୍ତି। ଏଥିସହ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଶତ ବାର୍ଷିକୀ ସମାରୋହରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।

ଏହି ସାକ୍ଷାତକାରରେ ବିଧାୟକଙ୍କ ସହିତ ନାଲକୋ ଟ୍ରକ୍ ମାଲିକ ସଂଘ ତଥା ନାଲକୋ କଣ୍ଟ୍ରାକ୍ଟର ସଂଘ ସଭାପତି ମନୋରଞ୍ଜନ ଜେନା, ବିଜେପି ନେତା ତଥା ସମାଜସେବୀ ଦୁଃଖବନ୍ଧୁ ସାହୁ, ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଅଶୋକ ଜୈନ, ସଭାପତି ଦୀପକ କୁମାର ବର୍ମା, ଉପସଭାପତି ବିକ୍ରମ ଅଗ୍ରୱାଲ, ଅନୁଗୁଳ ଜିଲ୍ଲା ବାଣିଣ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ତଥା ବିଜେପି ଯୁବମୋର୍ଚ୍ଚା ର ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଗ୍ରଗତି ନେଇ ଆଲୋଚନା କରିଥିଲେ।

Share

Leave a Reply