ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ବହୁ ଦିନରୁ ଦାବି ହେଉଥିବା ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ଉପରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।
ବନ୍ତଳା ଅଞ୍ଚଳରେ ଜଳ ସେଚନ ସୁବିଧା ନଥିବାରୁ ଚାଷୀମାନେ ପାଣି ପାଇଁ ଦହଗଞ୍ଜ ହୋଇଥାନ୍ତି। ଏଥିପାଇଁ ଅନେକ ବର୍ଷ ହେଲା ଏହି ଅଞ୍ଚଳର ହିଡ଼ସିଙ୍ଗ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇ ଆସୁଛି। ଏହା ସହ ଅଗ୍ନିକାଣ୍ଡ ରୋକିବାକୁ ବନ୍ତଳା ଅଞ୍ଚଳରେ ଏକ ଦମକଳ କେନ୍ଦ୍ର ପାଇଁ ମଧ୍ୟ ବହୁ ବର୍ଷ ହେଲା ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ତେବେ ଏହି ଦୁଇ ଦାବିକୁ ଗୁରୁତର ସହ ନେଇଛନ୍ତି ନବ ନିର୍ବାଚିତ ବିଧାୟକ ପ୍ରତାପ ପ୍ରଧାନ ।
ବିଧାନସଭାରେ ସେ ଏହି ଦୁଇ ଦାବିକୁ ନେଇ ପ୍ରଶ୍ନ କରିବା ସହ ତୁରନ୍ତ ଏହି ପ୍ରକଳ୍ପ କିପରି ହେବ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ବିଧାୟକଙ୍କ ଏଭଳି ଉଦ୍ୟମକୁ ଚାରିଆଡୁ ପ୍ରଶଂସା କରାଯାଉଛି।