ପୂରୁଣାଗଡରେ ସହିଦ ମାନସଙ୍କୁ ଶ୍ରଦ୍ଧାଞ୍ଜଳି

You are currently viewing ପୂରୁଣାଗଡରେ ସହିଦ ମାନସଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଶୁକ୍ରବାର କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଅଛି। ଏ ଅବସରରେ ପୂର୍ବାହ୍ନରେ ପୁରୁଣାଗଡ ସ୍ଥିତ ସହୀଦ ମାନସଙ୍କ ସ୍ମୃତି ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପରେ ପରେ ଗାଁ ପ୍ରଭାତ ଫେରୀ କରାଯାଇ ସହୀଦ ମାନସର ବୀର ଗାଥା ଗାୟନ କରାଯାଇଥିଲା। ୧୯୯୯ କାରଗିଲ ଯୁଦ୍ଧରେ ସହୀଦ ହୋଇଥିବା ସମସ୍ତ ବୀର ଯବାନ ମାନଙ୍କୁ ମନେ ପକାଇବା ଓ ତାଙ୍କର ପରିବାରକୁ ସାହାସ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସେହିଭଳି ଅନୁଗୁଳ ବରିଷ୍ଠ ଅବସରପ୍ରାପ୍ତ ସେନା ମାନଙ୍କ ତରଫରୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଚଳିତ ବର୍ଷ ପ୍ରଥମ ଥର ପାଇଁଁ ପାଳନ କରାଯାଇଥିବାରୁ ସ୍ମୃତି ପରିଷଦ ତରଫରୁ ସେମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଅଛି। ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ମାନେ ତାଙ୍କ ପାରମ୍ପରିକ ପୋଷାକ ପରିଧାନ କରି ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। ଆବାହକ ବିଶ୍ବରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରତାପ ମହାପାତ୍ର,ସମ୍ପାଦକ ପର୍ଶୁରାମ ଦାଶ ସଦସ୍ୟ ସୌମ୍ୟରଞ୍ଜନ ଦାଶ ଓ ଜୁଲୁ ସାହୁ ସହଯୋଗ କରିଥିଲେ ।

Share

Leave a Reply