ପାଳଲହଡା ନୂଆ ଧାନ ମଣ୍ଡିର ଉଦଘାଟନ କଲେ ବିଧାୟକ ଅଶୋକ ମହାନ୍ତି

You are currently viewing ପାଳଲହଡା ନୂଆ ଧାନ ମଣ୍ଡିର ଉଦଘାଟନ କଲେ ବିଧାୟକ ଅଶୋକ ମହାନ୍ତି

ପାଳଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଝାରବେଡା ସମବାୟ ସମିତ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତିଙ୍କ ଦ୍ୱାରା ଚଳିତ ବର୍ଷର ନୂତନ ଧlନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ସ୍ଥାନୀୟ ବିଧାୟକ ଚଳିତ ବର୍ଷର ନୂତନ ଧାନ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଚଳିତ ବର୍ଷ ପାଳଲହଡା ଅଞ୍ଚଳରେ ଭଲ ଧାନ ସଂଗ୍ରହ ହୋଇଛି। ସରକାର ଚାଷୀଙ୍କର ସମସ୍ତ ଧlନ ସଂଗ୍ରହ କରିବେ ଓ ଚାଷୀଙ୍କ ଆକାଉଣ୍ଟକୁ ୩୧୦୦ ଟଙ୍କା କୁଇଣ୍ଟାଲ ପିଛା ଧାନ ସଂଗ୍ରହର ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ। ଏଥିସହିତ ମିଲର ଧାନ ନେବାରେ ଚାଷୀଙ୍କ ଠାରୁ କୌଣସି କଟଣି ଚଟଣି କରି ପାରିବେ ନାହିଁ ବୋଲି ସେ ପ୍ରକାଶ କରିଥିଲେ।

ଏହି ଶୁଭ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟକ। ଧାନ ମଣ୍ଡି ଉଦଘଟନ ବେଳେ ଉପଜିଲ୍ଲାପାଳ ସୁଶାନ୍ତ ପତି, ସମବାୟ ସମିତି ନିର୍ଦିଷେକ ବିଷ୍ଣୁ ସାହୁ, ବରିଷ୍ଠ ବିଜେପି ନେତା ତନ୍ମୟ ସାହୁ, ପଞ୍ଚlନନ ସାହୁ, ଝାରବେଡା ସେବା ସମିତିର ସଭlପତି ଜନ୍ମେଞ୍ଜୟ ସାହୁ, ପାଲଲହଡା ଅତିରିକ୍ତ ଯୋଗଣ ଅଧିକlରି ହେମନ୍ତ ବେହେରା, ଯୋଗାଣ ଅଧିକlରି ସୁପ୍ରଭା ବେହେରା, ବଜାର ନିୟନ୍ତ୍ରଣ କମିଟିର ସମ୍ପାଦକ ଜଦୁମଣି ନାୟକ, ଝାରବେଡା ସମ୍ପାଦକ କ୍ଷିତିସ୍ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ଓ ସମସ୍ତ ୧୧ ଟି ଯାକ ସମବାୟ ସମିତି ର ସମ୍ପାଦକ ଓ ସଭାପତି ଉପସ୍ଥିତ ଥିଲେ l ଚଳିତ ବର୍ଷ ପାଲଲହଡା ଉପଖଣ୍ଡ ରେ ପାଖାପାଖି ୬ ହଜାର ୨୦୦ ଜଣ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବେ ବୋଲି ଜଣା ପଡିଛି।

Share

Leave a Reply