କମଳିନୀ ପ୍ରଧାନଙ୍କ ଶେଷ ଦର୍ଶନ କଲେ ଅନୁଗୁଳ ବିଧାୟକ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

You are currently viewing କମଳିନୀ ପ୍ରଧାନଙ୍କ ଶେଷ ଦର୍ଶନ କଲେ ଅନୁଗୁଳ ବିଧାୟକ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ଅନୁଗୁଳ: ଜିଲ୍ଲା ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଟ ସଭାପତି ତଥା ପ୍ରାକ୍ତନ ପ୍ରଫେସର ବିଶ୍ବରଂଜନ ପ୍ରଧାନଙ୍କ ଧର୍ମପତ୍ନୀ ତଥା ଛେଣ୍ଡିପଦା ବ୍ଲକ୍ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ କମଳିନୀ ପ୍ରଧାନଙ୍କ ଆଜି ପାର୍ଥିବ ଶରୀର ଅନୁଗୁଳ ପହଞ୍ଚିଥିଲା। ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ତାଙ୍କର ଅନ୍ତିମ ଦର୍ଶନ କରି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କ ସ୍ଵାମୀ ବିଶ୍ଵରଞ୍ଜନ ପ୍ରଧାନ ଓ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀମତୀ ପ୍ରଧାନ ଜଣେ ଶିକ୍ଷାବିତ୍ ଥିଲେ ଏବଂ ଉତ୍କଳ ସମ୍ମିଳନୀ ସହ ଅନେକ ସାମାଜିକ ସଙ୍ଗଠନ ସହିତ ସଂଶ୍ଳିଷ୍ଟ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

Share

Leave a Reply