ଅନୁଗୁଳ : ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଅନ୍ତର୍ଗତ CAW & CW ୱିଙ୍ଗ୍ ଏବଂ ଉତ୍ତର କେନ୍ଦ୍ରୀୟ ରେଞ୍ଜ (ତାଳଚେର) ସୌଜନ୍ୟରୁ ଆଜି ଅନୁଗୁଳର ବ୍ଲାକ୍ ଡାଇମଣ୍ଡ ଅଡିଟୋରିୟମଠାରେ “ଲିଙ୍ଗଗତ ଅଧିକାର ଏବଂ ମହିଳାଙ୍କ କାର୍ଯ୍ୟକ୍ଷେତ୍ର ସୁରକ୍ଷା” ଉପରେ ଏକ ଆଞ୍ଚଳିକ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଉତ୍ତର କେନ୍ଦ୍ରୀୟ ରେଞ୍ଜ ଆଇଜିପି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ୍. ଅଖତର, ଏସପି ରାହୁଲ ଜୈନ ଏବଂ ପ୍ରସିକ୍ୟୁସନ ଡେପୁଟି ଡାଇରେକ୍ଟର ଗଣେଶ ବେହେରା ଉପସ୍ଥିତ ଥିଲେ।
ପୋଲିସ ବିଭାଗ, ଜିଲ୍ଲା ପ୍ରଶାସନ, ବନ ବିଭାଗ ଏବଂ JSPL, NALCO, MCL ଓ NTPC ପରି ବଡ଼ କର୍ପୋରେଟ୍ ସଂସ୍ଥାର ପ୍ରାୟ ୧୮୦ ଜଣ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ।
ସମ୍ମିଳନୀରେ ବିଶାଖା ଗାଇଡଲାଇନଠାରୁ ଆରମ୍ଭ କରି POSH ଆକ୍ଟ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା, ଏବଂ ପୋଲିସର ସମ୍ବେଦନଶୀଳ ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ ‘ଶୂନ୍ୟ ସହନଶୀଳତା’ ଏବଂ ଏକ ସମ୍ମାନଜନକ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ପୋଲିସ ନିଜର ପ୍ରତିବଦ୍ଧତା ଦୋହରାଇଛି।
ଏହି କାର୍ଯ୍ୟକ୍ରମରେ ନମ୍ରତା ଚଢ଼ା ଏବଂ ତୁଲିପ୍ ସୁମନ ବିଶେଷଜ୍ଞ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।















