ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ତାଳଚେର ବିଧାୟକ ଓ ଜମି ହରାଉଥିବା ପ୍ରଜାଙ୍କ ସଭାପତି: ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ଅନୁରୋଧ
ଅନୁଗୁଳ: ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା ଭବନ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ।
ତାଙ୍କ ସହ ତାଳଚେରର ପ୍ରତ୍ୟେକ ଗ୍ରାମର ଜମି ହରାଉଥିବା ପ୍ରଜାଙ୍କ ସଭାପତି ମଧ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ତାଳଚେରର କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ତାଳଚେରର କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ତଥା: ଘର, ଟଙ୍କା, ଚାକିରୀ ଓ ବିସ୍ଥାପନ ସମସ୍ୟାର ସମାଧାନ ନ କରି ଗତ ୫ ତାରିଖରେ ଜିଲ୍ଲା ପ୍ରଶାସନ ଘର ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଏଣୁ ତାଳଚେର ଜମିହରା କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।