ଛେଣ୍ଡିପଦାର ମା’ ବାୟାଣୀଙ୍କ ପୀଠରୁ ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ, ସଂଗୃହୀତ ହେଲା ବୀର ମାଟି

You are currently viewing ଛେଣ୍ଡିପଦାର ମା’ ବାୟାଣୀଙ୍କ ପୀଠରୁ ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ, ସଂଗୃହୀତ ହେଲା ବୀର ମାଟି

ଛେଣ୍ଡିପଦା: ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ବାଗେଡ଼ିଆ ମଣ୍ଡଳ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣୀଙ୍କ ପୀଠରୁ ଆରମ୍ଭ ହୋଇଛି “ମୋ ମାଟି ମୋ ଦେଶ” ଅଭିଯାନ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ନେତୃତ୍ବରେ ପାତ୍ରପଡ଼ା ଗ୍ରାମରେ ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା। ଏହି ଅଭିଯାନରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଦିଲ୍ଲୀପ କୁମାର ପ୍ରଧାନ, ସଂଯୋଜକ ତଥା ଛେଣ୍ଡିପଦା ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ, ଛେଣ୍ଡିପଦା ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାଏକ, ପାତ୍ରପଡ଼ା ଶକ୍ତି ପ୍ରମୁଖ ଯୁଗଳ ସାହୁ, ପାତ୍ରପଡ଼ା ସମିତି ସଭ୍ୟ ଦୀପକ କୁମାର ସାହୁ, ଆଇ ଟି ସେଲ ସଂଯୋଜକ ଅକ୍ଷପାଦ ବେହେରା, ଯୁବମୋର୍ଚ୍ଚା ସମ୍ପାଦକ ଜଗଦୀଶ ସାହୁ, ସୋସିଆଲ ମିଡ଼ିଆ ସଂଯୋଜକ ଯୁଗଳ କିଶୋର ଦେହୁରୀ ଓ ବିଜେପି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସାମିଲ ହୋଇଥିଲେ।

Share

Leave a Reply