ଅନୁଗୁଳରେ ଗଡ଼ିଲା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ରଥ, ସହିଦ ଯବାନଙ୍କ ବୀର ମାଟିକୁ କରିବ ସଂଗ୍ରହ

You are currently viewing ଅନୁଗୁଳରେ ଗଡ଼ିଲା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ରଥ, ସହିଦ ଯବାନଙ୍କ ବୀର ମାଟିକୁ କରିବ ସଂଗ୍ରହ

ଅନୁଗୁଳ: ସମଗ୍ର ଦେଶରେ ସହିଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୋଦି ସରକାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅନୁଗୁଳ ଜିଲ୍ଲାର ସମସ୍ତ ୫ ଟି ବିଧାନସଭା କ୍ଷେତ୍ରରେ ମାଟି ସଂଗ୍ରହ ପାଇଁ ଆସିଥିବା ୧୦ ଟି ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ଜିଲ୍ଲାର ଗ୍ରାମକୁ ଗ୍ରାମ ବୁଲି ବୀର ମାଟିକୁ ଅମୃତ କଳସରେ ସଂଗ୍ରହ କରିବ। ସମସ୍ତ ସଂଗୃହୀତ ମାଟିକୁ ଅମୃତ କଳସରେ ଦିଲ୍ଲୀ ପଠାଯିବା ସହ ସେଠାରେ ଅମୃତ ବାଟିକା ସ୍ଥାପନ ସହ ସହିଦଙ୍କ ଫଳକ ଲାଗିବ ବୋଲି ଶ୍ରୀ ପାଣି କହିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଦିଲ୍ଲୀପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଶ୍ୱଜିତ ମିଶ୍ର, ପ୍ରଦୀପ ପ୍ରଧାନ, କାଉନସିଲର ସରିତା ମିଶ୍ର, ସ୍ମିତା ପଟ୍ଟନାୟକଙ୍କ ସମେତ ନେହରୁ ଯୁବକେନ୍ଦ୍ରର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply