CADLAB

୩ ସାଇବର ଠକ ଗିରଫ

ଫେସ୍‌ବୁକ୍‌ରେ ବୁଲେଟ୍ ବିକ୍ରି ଆଳରେ ଲୁଟିଥିଲେ ୬୭ ହଜାର

0

ଅନୁଗୁଳ : ବୁଲେଟ୍ ବିକ୍ରିର ବିଜ୍ଞାପନ ଦେଖାଇ ବିକ୍ରମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ଟଙ୍କା ଠକିନେଇଥିବା ତିନି ସାଇବର୍ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ତାଳଚେର ବିକ୍ରମପୁର ଥାନା ପୁଲିସ। ବାରିପଦାରୁ ଦୁଇ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ଫୋନ୍ ପେ, ଓଏଲଏକ୍ସ, ଫେସ୍‌ବୁକ ଆଦିରେ ଠକେଇ ପାଇଁ ଆବଶ୍ୟକ ଜାଲ କାଗଜପତ୍ର ଅଭିଯୁକ୍ତମାନେ ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ କହିଛି । ସେମାନଙ୍କଠାରୁ ୩ଟି ମୋବାଇଲ୍ ଫୋନ୍, ଲାପଟପ୍ ଓ ହାର୍ଡ ଡିସ୍କ ଜବତ କରାଯାଇଛି।ବିକ୍ରମପୁର ଥାନାର ଏକ ଟିମ୍ ବାରିପଦାରେ ଚଢ଼ଉ କରି ବାରିପଦା ଟାଉନ ବାସିନ୍ଦା କୃଷ୍ଣଚନ୍ଦ୍ର ବାରିକ୍ (୨୬) ଓ ତାର ଭାଇ ଗଣେଶ କୁମାର ବାରିକ୍ (୨୩), କୃଷ୍ଣ ମୁଖୀ (୩୬) କୁ ଗିରଫ କରିବାରେ ସଫଳ ହୋଇଥିଲା । ଜାଲ କାଗଜପତ୍ରରେ ସିମ୍ କାର୍ଡ଼, ବ୍ୟାଙ୍କ ଏକାଉଣ୍ଟ୍ ଆଦି ଖୋଲିବା ସହ ନକଲି ଭୋଟର ପରିଚୟପତ୍ର, ପ୍ୟାନ୍ କାର୍ଡ଼ ଆଦି ସେମାନେ ପ୍ରସ୍ତୁତ କରୁଥିଲେ । କେବଳ ଓଡ଼ିଶାରେ ନୁହେଁ, ଜାତୀୟସ୍ତରରେ ଏହି ଜାଲିଆତି କରି ଲୁଟପାଟ କରୁଥିଲେ ବୋଲି ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.