ଅନୁଗୁଳ: ମାତିଛନ୍ତି ମୋବାଇଲ ଫୋନ୍ ଲୁଟେରା। ସୁଯୋଗ ପାଇଲେ ପକେଟରୁ କୌଶଳକ୍ରମେ ମୋବାଇଲ ଫୋନ୍ ଚୋରି କରି ନେଉଛନ୍ତି। ହାଟରେ ଓ ଭିଡ଼ ହେଉଥିବା ଦୋକାନକୁ ଏହି ଲୁଟେରାମାନେ ବାଛିଥିଲାବେଳେ ଅନୁଗୁଳ ସହରରେ ନିୟମିତ ଫୋନ୍ ଚୋରି ହେଉଛି। ସଂଜୀବନୀ ବଜାରରେ ଥିବା ଏକ ମିଠା ଦୋକାନରେ ଏହି ଚୋରିର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏଥିରୁ ଜଣାପଡ଼ିଛି ଯେ, ଜଣେ ଲୋକ ହାତରେ ବ୍ୟାଗ୍ ନେଇ ଦୋକାନ ଭିତରକୁ ଆସୁଛି। ପରେ ବ୍ୟାଗକୁ ନିଜ ଛାତି ପାଖରେ ରଖି କୌଶଳକ୍ରମେ ପାଖରେ ଥିବାଦ ଲୋକଙ୍କ ପକେଟରୁ ମୋବାଇଲ ଫୋନ୍ ନେଇ ଚାଲି ଯାଉଛି। ଦୋକାନରେ ଗହଳି ଥିବାରୁ ପାଖ ଲୋକ ଏହା ଜାଣି ପାରୁନାହାନ୍ତି। ଏହି ଭିଡିଓ ଫୁଟେଜ ଏବେ ଭାଇରାଲ ହେବା ପରେ ମୋବାଇଲ ଲୁଟେରାଙ୍କ କାରନାମା ପଦାକୁ ଆସିଛି।
ବ୍ୟାଗ୍ ପକାଇ ଝାମ୍ପି ନେଲେ ମୋବାଇଲ
- Post published:July 18, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul