ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୱାର୍ଟର୍ସ କଲୋନୀରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ମଙ୍ଗଳବାର ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଜୁଲୋଜି ବିଭାଗର ଜଣେ ସହାୟକ ନିଜ କ୍ବାର୍ଟର୍ସରେ ତାଲା ପକାଇ ବାହାରକୁ ଯାଇଥିଲେ। ସେ ନିଜର ଜଣେ ବନ୍ଧୁଙ୍କୁ ଚାବି ଦେଇଥିଲେ। କିନ୍ତୁ ଗତ କାଲି ରାତିରେ କୌଣସି କାରଣବଶତଃ ଉକ୍ତ ବ୍ୟକ୍ତି କ୍ୱାର୍ଟର୍ସକୁ ଯାଇପାରିନଥିଲେ। ଆଜି ସକାଳେ ଚାବି ନେଇ ଗଲା ବେଳକୁ ତାଲା ଖୋଲିନଥିଲା। ଏ ନେଇ ସେ ନିଜ ବନ୍ଧୁଙ୍କୁ ଜଣାଇବା ପରେ ତାଲା ବଦଳିଥିବା ଘଟଣା ସାମ୍ନାକୁ ଆସିଥିଲା। ପରେ ତାଲା ଭାଙ୍ଗି କ୍ୱାର୍ଟର୍ସ ଭିତରକୁ ଯିବା ବେଳେ ଭିତରେ ଥିବା ଆକ୍ବା ଗାର୍ଡ ସମେତ ଅନ୍ୟ କେତେକ ଜିନିଷ ନଥିଲା। ଚୋର ଚୋରି ପରେ ନିଜସ୍ୱ ଏକ ତାଲା ପକାଇ ଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି।