ମଡେଲ ସୌମ୍ୟ ମୃତ୍ୟୁ ମାମଲା: ବାନ୍ଧବୀ ସୋନାଲି ନନ୍ଦଙ୍କୁ ପଚରାଉଚରା ପାଇଁ ଅନୁଗୁଳରେ କ୍ରାଇମବ୍ରାଞ୍ଚ ଟିମ୍‌

You are currently viewing ମଡେଲ ସୌମ୍ୟ ମୃତ୍ୟୁ ମାମଲା: ବାନ୍ଧବୀ ସୋନାଲି ନନ୍ଦଙ୍କୁ ପଚରାଉଚରା ପାଇଁ ଅନୁଗୁଳରେ କ୍ରାଇମବ୍ରାଞ୍ଚ ଟିମ୍‌

ଅନୁଗୁଳ: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ଏହି ମାମଲାରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ପଚରାଉଚରା ପାଇଁ ଅନୁଗୁଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌। ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ।

ଅନ୍ୟପଟେ ଗତକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ବାପା, ମାଆ ଓ ଉଭଣୀର ବୟାନ ରେକର୍ଡ କରିଥିଲା।

ସୂଚନାଯୋଗ୍ୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଚାଲିଛି। ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଯେ ଗତବର୍ଷ ଜାନୁଆରୀ ୩୦ ତାରିଖରେ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ପରିବାର ଲୋକ ଦାୟୀ କରିଥିଲେ।

Share

Leave a Reply