ଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

You are currently viewing ଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

ଅନୁଗୁଳ: ୨୦୨୩ ସୁଦ୍ଧା ଏକ ସୁନ୍ଦର ସମୃଦ୍ଧି ଅନୁଗୁଳ ଗଠନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ଜେଲର ପରିବେଶ ଉପରେ ପ୍ରାଥମିକତା ଦିଆଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ରହିବା ପରିବେଶରେ ଉନ୍ନତି, ଉନ୍ନତ ମାନର ଖାଦ୍ୟ ଏବ˚ ନିୟମିତ ସ୍ବାସ୍ଥ୍ୟ ଚେକ୍‌ଅପ୍‌ ଉପରେ ଗୁରୁତ୍ବ ଦିଆଯାଇଛି। ଜେଲ୍‌ରେ ନୂଆ ଡାକ୍ତର ନିଯୁକ୍ତି, ଅନ୍ତେବାସୀମାନଙ୍କୁ ଧ୍ୟାନ ଓ ଯୋଗ ପ୍ରଶିକ୍ଷଣ, କମ୍ପ୍ୟୁଟର ଟ୍ରେନି˚, ନିଶାଦ୍ରବ୍ୟ ବର୍ଜନ ପରାମର୍ଶ, କ୍ରିଏଟିଭ୍‌ ଆର୍ଟ ପ୍ରଶିକ୍ଷଣ ଉପରେ ଗୁରୁତ୍ଵ ଦିଆଯିବାର ପ୍ରସ୍ତାବ ରହିଛି। ସେହିଭଳି ଅଗରବତୀ ପ୍ରସ୍ତୁତି, କପଡ଼ା ବ୍ୟାଗ୍‌ ପ୍ରସ୍ତୁତି, ଟେଲରି˚, ଝୋଟ ବ୍ୟାଗ୍‌ ତିଆରି ଉପରେ ଅନ୍ତେବାସୀମାନଙ୍କୁ ଟ୍ରେନି˚ ଦିଆଯାଇ ସେମାନଙ୍କ ଦ୍ବାରା ତିଆରି ସାମଗ୍ରୀର ମାର୍କେଟି˚ ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଛି।

Share

Leave a Reply