ମୋନାଲିସା ମୋଟରସ୍ ପକ୍ଷରୁ ଟାଟା ସିଏରାର ବଜାର ପ୍ରବେଶ

You are currently viewing ମୋନାଲିସା ମୋଟରସ୍ ପକ୍ଷରୁ ଟାଟା ସିଏରାର ବଜାର ପ୍ରବେଶ

ଅନୁଗୁଳ: ଆଜି ସନ୍ଧ୍ୟାରେ ନାଲକୋନଗର ମୋନାଲିସା ମୋଟରସ୍‌ରେ ଟାଟା ସିଏରା କାରର ବଜାର ପ୍ରବେଶ ସମାରୋହ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଏହି ନୂଆ ସିଏରା କାରର ଲଞ୍ଚିଂ ସମାରୋହକୁ ଉଦ୍‌ଘାଟନ କରିଥିଲେ।

ସମାରୋହରେ ସମ୍ମାନିତ ଅତିଥି ରୂପେ ଏସ୍‌ବିଆଇ,ଏସ୍ଏମ୍ଇ ଅନୁଗୁଳର ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ତ୍ରିପାଠୀ, ନାଲକୋ ଆଇଓବିର ମୁଖ୍ୟ ପ୍ରବନ୍ଧକଙ୍କ ସମେତ ପରିବହନ ବିଭାଗର ବହୁ ଅଧିକାରୀ‌ଯୋଗ ଦେଇଥିଲେ।ସମାରୋହରେ ମୋନାଲିସା ମୋଟରସ୍‌ର ପରିଚାଳନା ନିର୍ଦେଶକ ଅଶ୍ଵିନୀ କୁମାର ପାଣି ଯୋଗ ଦେଇ ସଂସ୍ଥାର‌ଗ୍ରାହକ ସେବା ଓ ଟାଟାର ଉତ୍ତମ ବୈଶିଷ୍ଟ୍ୟ ଯୋଗୁଁ ସିଏରା ମଡେଲ ଗ୍ରାହକ ମାନଙ୍କ ପ୍ରଥମ ପସନ୍ଦ ହୋଇପାରିବ ବୋଲି ଆଶା କରିଥିଲେ।

ସିଏରାର ପାୱାର ଷ୍ଟିୟରିଂ, ଆନଟି ଲକ୍ ବ୍ରେକିଙ୍ଗ ସିଷ୍ଟମ, ଉତ୍ତମ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ଏୟାର ବ୍ୟାଗ୍, ଆରାମଦାୟକ ବସିବା ବ୍ୟବସ୍ଥା ଆଉ ଆକର୍ଷଣୀୟ ଗ୍ରାଫିକ୍ସ ଉପରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା। ଭି.ଜେ ରାକେଶ ମଞ୍ଚ ପରିଚାଳନା କରିଥିଲେ। ନାଲକୋ ଓ ଅନୁଗୁଳ ଅଞ୍ଚଳର ବହୁ ବ୍ୟବସାୟୀ, ବୁଦ୍ଧିଜୀବୀ ସମାରୋହରେ ଯୋଗ ଦେଇଥିଲେ।

Share

Leave a Reply