ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ କଲା ଗିରଫ

You are currently viewing ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ କଲା ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା।ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ମାଡ଼ି ବସିଛନ୍ତି ଅବକାରୀ ବିଭାଗର ଅଧିକାରୀ। ସେମାନଙ୍କ ଠାରୁ ୧୦୦କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି।

ସୂଚନା ମୁତାବକ, ଫୁଲବାଣୀ ଅଞ୍ଚଳରୁ ଏକ ମାରୁତି ସୁଜୁକି କାରରେ ଗଞ୍ଜେଇ ଯାଉଥିବା ନେଇ ଅବକାରୀ ବିଭାଗ ବିଭାଗ ପାଇଥିଲା। ଅବକାରୀ ବିଭାଗ ପଞ୍ଚମହଲା ଠାରେ ଯାଞ୍ଚ କରୁଥିବା ବେଳେ ଉକ୍ତ କାରରୁ ପ୍ରାୟ ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବଉଦ ଅଞ୍ଚଳରୁ ଭୀକୁନ ମହାକୁଡ (୨୮), କନ୍ଧମାଳ ଅଞ୍ଚଳର ନବୀନ ପାତ୍ର (୨୩)। ଉଭୟଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply