ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କତଡ଼ା ପଞ୍ଚାୟତର ବହୁ ବରିଷ୍ଠ ବିଜୁ ଜନତା ଦଳର କର୍ମୀମାନେ ବିଜେଡି ତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। କତଡା ପଞ୍ଚାୟତର ବରିଷ୍ଠ ବିଜେଡି ନେତା ମନିଲାଲ୍ ସିଂହ ସମାଲୋଚନା କରି କହିଛନ୍ତି କି ତାଙ୍କ ପଞ୍ଚାୟତରେ ବିଜୁ ଜନତା ଦଳର ନେତାଙ୍କ ଗର୍ବ, ଅହଙ୍କାର ତୀବ୍ର ମାତ୍ରାରେ ବଢ଼ି ଯାଇଛି ଓ ବିନା ଲାଞ୍ଚରେ କୌଣସି କାମ ହେଉନାହିଁ। ଛେଣ୍ଡିପଦା ବ୍ଲକ୍, ତହସିଲ ଦୌଡ଼ି ଦୌଡ଼ି ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ସହଯୋଗୀଙ୍କ ସହିତ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।
ଆଜିର ମିଶ୍ରଣ ପର୍ବରେ ସୋମନାଥ ସିଂହ, ଗୋବିନ୍ଦ ଗଡନାଏକ୍, ବିମଳ ମାଝୀ, ହେମନ୍ତ ସିଂହ, ବାସୁଦେବ ସିଂହ, ପଦ୍ମଚରଣ ଦଣ୍ଡପାଟ୍, ଝାରୁ ସିଂହ, ରାଜୁ ସେଠୀ, ହେମନ୍ତ ଗଡାନାଏକ, ତରୁଣ ଦଣ୍ଡପାଟ, ଗଗନ ଖିଲାର, ନିଉତନ୍ ଖିଲାର, ନିରଞ୍ଜନ ଖିଲାରଙ୍କ ସମେତ ପଚାଶ ଜଣ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ଜରପଡା ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ଛେଣ୍ଡିପଦା ମଣ୍ଡଳ ସଭାପତି ଗୋପବନ୍ଧୁ ଗଡନାଏକ୍, ବାଗେଡିଆ ମଣ୍ଡଳ ସଭାପତି ମନୋରଞ୍ଜନ ଆଚାର୍ଯ୍ୟ, କୋଶଲା ମଣ୍ଡଳ ସଭାପତି ଧୋବେଇ ସାହୁ, ବରିଷ୍ଠ ବିଜେପି ନେତା ଜୀବନାନନ୍ଦ ସାହୁ, ଅଜିତ କୁମାର ପ୍ରଧାନ, କହ୍ନେଇ ସାହୁ, ଦୁର୍ଗା ମହାପାତ୍ର, ଯୁଗଳ କିଶୋର ପ୍ରଧାନ, ଯୁବମୋର୍ଚ୍ଚା ନେତା ଲିଟୁ ସାହୁ, ପ୍ରତାପ ସାହୁ, ଡମ୍ବରୁଧର ବେହେରାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।