ଖୁବଶୀଘ୍ର ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

You are currently viewing ଖୁବଶୀଘ୍ର ସକାଳୁଆ ସ୍କୁଲ ! ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ହେବ ସକାଳୁଆ ସ୍କୁଲ। ସକାଳୁଆ ସ୍କୁଲ୍‌ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି। ସରକାର ଏନେଇ ଅବଗତ ଅଛନ୍ତି। କେବେ ସକାଳୁଆ ସ୍କୁଲ୍‌ ହେବ ସେନେଇ ରାଜସ୍ବ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହେବା ପରେ ଏହା ଉପରେ ନିଶ୍ଚୟ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନା ଅନୁସାରେ, ରାଜ୍ୟରେ ଉପର ମୁହାଁ ପାରଦ। ରେକର୍ଡ ଭାଙ୍ଗୁଛି ତାତି।ମାର୍ଚ୍ଚ ମାସ ଶେଷ ନ ହଉଣୁ ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ଗ୍ରୀଷ୍ମ ପ୍ରବାହ। ଏପ୍ରିଲ ମେଁ ଠାରୁ ବି ଅଧିକ ଖରା ମାର୍ଚ୍ଚ ମାସରେ ଅନୁଭୂତ ହେଉଛି। ଏବେଠାରୁ ୪୧/୪୨ ଡିଗ୍ରୀ ପାରଦ ଛୁଇଁଲାଣି। ତେଣୁ ଖରାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ସ୍କୁଲ ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Share

Leave a Reply