ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନଙ୍କ ସୌଜନ୍ୟରୁ ଚାରିଗୋଟି ଫ୍ରିଜର ପ୍ରଦାନ କରାଯାଇଥିଲା।ଚାରୋଟି ଫ୍ରିଜର ମଧ୍ୟରୁ ଗୋଟିଏ ଅନୁଗୁଳ ଚିକିତ୍ସାଳୟ,ଗୋଟିଏ ତାଳଚେର ମାରୱାଡ଼ି ଧର୍ମଶାଳା,ବିଧାୟକଙ୍କ କ୍ୟାମ୍ପ ଏବଂ ପାଲଲହଡ଼ା ଡାକ୍ତରଖାନାକୁ ଗୋଟିଏ ଦିଆଯିବ। ଏ ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ କି ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଫ୍ରିଜର ବ୍ୟବସ୍ଥା କରାଯାଇଛି। ସାଧାରଣ ମୃତ୍ୟୁ କ୍ଷେତ୍ରରେ ପରିବାର ଲୋକେ ଦୂରରେ ଥିଲେ ଏହି ବ୍ୟବସ୍ଥାରେ ଫ୍ରିଜର ବ୍ୟକ୍ତି ବିଶେଷଙ୍କୁ ନିଃଶୁଳ୍କ ଯୋଗାଇ ଦିଆଯିବ ଯାହା ଫଳରେ ଶବ ସଂରକ୍ଷଣ ପାଇଁ ଆଉ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହି ସମାରୋହରେ ଭାରପ୍ରାପ୍ତ ସିଡିଏମଓ ଡ଼ା ବିଶ୍ବବିହାରୀ ମହାନ୍ତି,ମ୍ୟାଲେରିଆ ଅଧିକାରୀ ଡ଼ା ପୂର୍ଣ୍ଣିମା ଉଦଗାତା,ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଓ ସମାଜସେବୀ ଚନ୍ଦ୍ରକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ ସମାରୋହ
- Post published:March 15, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul